ଅନ୍ୟାନ୍ୟ

ଚାଷୀଙ୍କ ସ୍ବାର୍ଥରେ ବିଜେପି କୃଷକ ମୋର୍ଚ୍ଚାର ୭ ଦଫା ଦାବି

By Biswaranjan Pattnaik

June 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କୃଷକମୋର୍ଚା ସଭାପତି ବିଜୟ ମାଝୀଙ୍କ ନେତୃତ୍ବରେ ସୋମବାର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରବି ଋତୁରେ ସମସ୍ତ ଚାଷୀଙ୍କଠାରୁ ଧନ ଖଦି କରିବା, ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଲୋଡିଂ, ଅନ୍‌ଲୋଡିଂ, ପରିବହନ ଓ ଅଖା ପାଇଁ ଅର୍ଥ ବ୍ୟବସ୍ଥା କରିଥିବା ବେଳେ ଚାଷୀଙ୍କୁ ଏହା ପ୍ରଦାନ କରିବା, ଧାନ କିଣିବା ପାଇଁ ଆର୍‌ଏମ୍‌ସି ଏବଂ ପ୍ରାଥମିକ କୃଷି ସମବାୟ ସମିତିକୁ କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ଯଥାକ୍ରମେ ଦୁଇ ପ୍ରତିଶତ ଏବଂ ୩୧ ଟଙ୍କା ୫୦ପଇସା ଦେଉଥିଲା ବେଳେ ମଣ୍ଡିରେ ସ୍ଥାୟୀ ବ୍ୟବସ୍ଥା କରିବା, କଟନୀଛଟନୀ ବନ୍ଦ କରିବା, ‘ୟସ’ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ଆଗାମୀ ଖରିଫ୍ ଋତୁ ପାଇଁ ଚାଷୀଙ୍କୁ ବିହନ, ସାର ଔଷଧ ଯୋଗାଇ ଦେବାକୁ ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ମାଝୀଙ୍କ ସମେତ କୃଷକମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ପୃଷ୍ଟି, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲୀନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।