ଅନ୍ୟାନ୍ୟ

ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

By Angul TV Bureau

September 18, 2021

ଅନୁଗୁଳ: ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ତାଳଚେରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସାମ୍ବାଦିକଙ୍କୁ ପ୍ରଦାନ କରୁଥିବା ୨ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଯୋଜନାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସେହି ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରାଯିବା, ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ଯଥାଶୀଘ୍ର ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା, ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଲାଗୁ କରିବା ଏବଂ ସାମ୍ବାଦିକଙ୍କ ସନ୍ତାନସନ୍ତତିଙ୍କୁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରାଯିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ପର୍ଶୁରାମ ବାରିକ, ଅକ୍ଷୟ ମହାରଣା, ବଜରଙ୍ଗ ଅଗ୍ରୱାଲା, କଷ୍ଟୁ ସାମଲ, ପ୍ରଦୀପ ମହାରଣା, ବିମ୍ବାଧର ମହାପାତ୍ର, ପଦ୍ମନ ଜେନା, ବାବୁନି ୱାଇଁ, ମନିଲ ମହାରଣା, ଗିରିଶ ଚନ୍ଦ୍ର ସାମଲ ପ୍ରମୁଖ ତାଳଚେର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଚିନ୍ମୟ ଦାସଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।