ଅନୁଗୁଳ: ଅନୁଗୁଳରେ ନୂଆ ଷ୍ଟୋର ଖୋଲିଲା ପୁରୁଷ ବସ୍ତ୍ର ବ୍ରାଣ୍ଡ “Citrus Clothing”। ୨୪ ବର୍ଷ ଧରି ଗ୍ରାହକଙ୍କ ବିଶ୍ୱାସ ଓ ଭରସା ଜିତିଥିବା ଏହି ବ୍ରାଣ୍ଡ ପୂର୍ବରୁ ଭୁବନେଶ୍ୱରର ଡିଏନ୍ ରେଗାଲିଆ ଓ ପୁରୀର ଗ୍ରାଣ୍ଡ ରୋଡରେ ରହିଛି। ଅନୁଗୁଳରେ ଖୋଲିଥିବା ଆଉଟଲେଟ ହେଉଛି ଓଡ଼ିଶାରେ ତୃତୀୟ।ଏହି ଷ୍ଟୋରକୁ ଓଲିଉଡ୍ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଉଦଘାଟିତ କରିଥିଲେ। ଏ ଅବସରରେ ସେ କହିଥିଲେ, “Citrus Clothing” ପାଇଁ ଓଡ଼ିଶା ଏକ ଶକ୍ତିଶାଳୀ ବଜାର ପାଲଟିଛି। ଏହା ଗ୍ରାହକଙ୍କ ଭିନ୍ନ-ଭିନ୍ନ ଶ୍ରେଣୀକୁ ସହଯୋଗ କରିବ। ଭୁବନେଶ୍ବରରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟାରୁ ଆରମ୍ଭ କରି, ପୁରୀର ପର୍ଯ୍ୟଟକ ଏବଂ ଫ୍ୟାସନ୍ ପ୍ରିୟ ଗ୍ରାହକମାନେ ଏହାର ଲାଭ ଉଠାଇପାରିବା ସହ ଅନୁଗୁଳବାସୀଙ୍କୁ ମଧ୍ୟ ନୂଆ ଫ୍ୟାସନ ଫ୍ରେଣ୍ଡ୍ ଦେବ ବୋଲି ଅଭିନେତା କହିଛନ୍ତି।
Citrus Clothingର ପ୍ରତିଷ୍ଠାତା ହିତେଶ ଜୈନ କହିଥିଲେ ଯେ ଓଡ଼ିଶା ସର୍ବଦା ତାଙ୍କ ମନରେ ବିଶେଷ ସ୍ଥାନରେ ରହିଛି। “Citrus Clothing” କେବଳ ଫ୍ୟାସନ୍ ନୁହଁ ଏହା ଏକ ଆନ୍ଦୋଳନ ଯେଉଁଠି ପୁରୁଷମାନେ ତାଙ୍କର ପୋଷାକ ମାଧ୍ୟମରେ ନିଜକୁ ଅଭିବ୍ୟକ୍ତ କରିପାରିବେ। ସପିଙ୍ଗ ଏକ କିଣା ବିକାର ମାଧ୍ୟମ ନୁହେଁ, ବରଂ ବ୍ୟକ୍ତିଗତ ଏବଂ ଆକର୍ଷଣୀୟ ଅନୁଭୂତି ବୋଲି ସେ କହିଥିଲେ। ଉଦଘାଟନୀ ଉତ୍ସବରେ ପ୍ରତିଷ୍ଠାତାଙ୍କ ପିତା ତେଜରାଜ ଏଚ ଜୈନ, ଫ୍ୟାସନ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତି, ବ୍ଲଗର ଓ ଅଗ୍ରଣୀ ସଂସ୍ଥାମାନ ଉପସ୍ଥିତ ଥିଲେ।