ଅନ୍ୟାନ୍ୟ

ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

By Angul TV Bureau

July 10, 2026

ଅନୁଗୋଳ: ଚେତନା ମିଶନ ଓ ରୋଟାରୀ କ୍ଲବ ଅଫ୍ ଅନୁଗୋଳ ରୟାଲ୍‌ର ମିଳିତ ସହଯୋଗରେ ସ୍ଥାନୀୟ ଅରବିନ୍ଦ ଉଚ୍ଚ ବିଦ୍ୟାଳୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଡା. ପ୍ରଧାନ କିଶୋରୀମାନଙ୍କୁ ଋତୁସ୍ରାବ ସମୟରେ ବ୍ୟକ୍ତିଗତ ସ୍ୱଚ୍ଛତା, ପୌଷ୍ଟିକ ଖାଦ୍ୟ ଗ୍ରହଣ ଓ ସାନିଟାରି ପ୍ୟାଡ୍‌ର ସଠିକ୍ ବ୍ୟବହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଚେତନା ମିଶନର ଅଧିଷ୍ଠାତ୍ରୀ ବାଣୀ ଦେବ ଋତୁସ୍ରାବକୁ ନେଇ ସମାଜରେ ଥିବା କୁସଂସ୍କାର ଦୂର କରିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ସାନିଟାରି ପ୍ୟାଡ୍ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଜ୍ୟୋତି ରଞ୍ଜନ ଠେଟୋଇ, ଜିଲ୍ଲା ତଥ୍ୟ ପରିଚାଳକ ହରେକୃଷ୍ଣ ସାହୁ, ଆରବିଏସକେ ମ୍ୟାନେଜର ଦୀପ୍ତି ରଞ୍ଜନ ଦାସ ଏବଂ ସିଏଚସି ଗୁଡ଼ିବନ୍ଧର ଟିକାକରଣ ଦଳ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବର ସଦସ୍ୟ ଓ ଚେତନା ମିଶନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।