ମୁଖ୍ୟ ଖବର

ଅନୁଗୁଳରେ ୪୩.୭ ଡିଗ୍ରୀ ଛୁଇଁଲା ପାରା, ଜନଜୀବନ ଝଟପଟ

By Biswaranjan Pattnaik

April 19, 2023

ଅନୁଗୁଳ: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନୁଗୁଳବାସୀ ବି ସିଝୁଛନ୍ତି। ତତଲା କଡ଼େଇ ପାଲଟିଛି ଅନୁଗୁଳ। ଆଜି ଜିଲ୍ଲାରେ ପାରଦ ୪୩.୭ ଡିଗ୍ରୀ ସେଲ୍ସିୟସ ଛୁଇଁଛି। ସକାଳ ନ’ଟା ନ ବାଜୁଣୁ ଆକାଶରୁ ଅଗ୍ନି ବର୍ଷା ଆରମ୍ଭ ହୋଇଯାଇଥିଲା। ତାତିରେ ଆଉଟୁପାଉଟୁ ହୋଇ ଲୋକେ ତ୍ରାହି ତ୍ରାହି ଡାକିଥିଲେ। ବାଟଘାଟ ସବୁ କିଛି ଶୂନଶାନ ହୋଇ ପଡିଥିଲା।

ଖରା ଯୋଗୁଁ ଘରୋଇ ୱାଟର ଏଟିଏମ, ସରବତ, ଲସି ଆଦି ପାନୀୟ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଖରା ସାଙ୍ଗକୁ ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ସହରବାସୀ ଏକ ପ୍ରକାର ଅତିଷ୍ଠ ହୋଇପଡ଼ିଥିଲେ।