ମୁଖ୍ୟ ଖବର

ବାଲ୍ୟ ବିବାହ ରୋକିବାକୁ ଧର୍ମଗୁରୁଙ୍କ ବାର୍ତ୍ତା

By Angul TV Bureau

September 15, 2025

କିଶୋରନଗର: ବିଶ୍ଵ ଯୁବ କେନ୍ଦ୍ର, ବଣିନାଳୀ ଦ୍ବାରା ପରିଚାଳିତ ‘ଆକ୍ସେସ ଟୁ ଜସ୍ଟିସ’ ପ୍ରକଳ୍ପ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ମନ୍ଦିର, ଇସ୍କନ, ମା ଦୁର୍ଗା ମନ୍ଦିର, ଜାମା ମସଜିଦ ଓ ଗୁରୁଦ୍ୱାରା ଆଦି ଧର୍ମପୀଠର ପୂଜକ/ଧର୍ମଗୁରୁମାନେ ବାଲ୍ୟ ବିବାହ ରୋକିବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି।

ସେମାନେ କହିଛନ୍ତି, “ଝିଅମାନେ ଘରର ଲକ୍ଷ୍ମୀ, ସେମାନଙ୍କୁ ବାଲ୍ୟ ବିବାହରୁ ସୁରକ୍ଷା ଦେଇ ପ୍ରତିଭା ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସୁଯୋଗ ଦେବା ଆମର କର୍ତ୍ତବ୍ୟ। ଏହା କେବଳ ଝିଅମାନଙ୍କୁ ନୁହେଁ, ଭାରତର ଭବିଷ୍ୟତକୁ ସୁରକ୍ଷା ଦେବ।” ମନୋଜ କର, ଜସ୍ବିନ୍ଦର ସିଂ, ବିରଞ୍ଚି ଦାସ, ମୀର ସଲିମ ପ୍ରମୁଖ ଧର୍ମଗୁରୁ ଏହି ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ସୋନାଲିସା ଶବର, ଲକ୍ଷ୍ମୀ ବେହେରା, ସୁନିତା ମାଝି ପ୍ରମୁଖ ସହଯୋଗ କରିଥିଲେ।