କ୍ରୀଡ଼ା

ମିଲନ ସାମଲ ଅବଶିଷ୍ଟ ଓଡ଼ିଶା ପକ୍ଷରୁ ଖେଳିବେ

By Biswaranjan Pattnaik

June 01, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ଟିମ୍ ର ଅଧିନାୟକ ତଥା ବରିଷ୍ଠ ବ୍ୟାଟର ମିଲନ ସାମଲଙ୍କୁ କଳାହାଣ୍ଡି କପ୍ କ୍ରିକେଟର ସୁପର ଲିଗ୍ ରେ ଅବଶିଷ୍ଟ ଓଡ଼ିଶା ତରଫରୁ ଖେଳିବାକୁ ଅନୁମତି ମିଳିଛି। ଏଥିନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଚିଠି ଲେଖି ଜଣାଇଛନ୍ତି।ଶ୍ରୀ ସାମଲ ଜୁନ ୫ ତାରିଖରେ ଆରମ୍ଭ ହେବାକୁ ଥିବା କଳାହାଣ୍ଡି ସୁପର ଲିଗ୍ ଖେଳିବେ। ଏହାଛଡା ଅନୁଗୁଳର ଶ୍ରେୟଂଶ ଭରଦ୍ୱାଜ,ରାକେଶ ବିଶ୍ୱାଳ,ପି ଶଶାଙ୍କ ଓ ଆୟୁଷ ବାରିକ ୨୩ ବର୍ଷରୁ କମ ଦଳରେ ଅଂଶ ଗ୍ରହଣ କରିବେ। ଏହି ଖେଳାଳୀ ମାନେ ଚୟନ ଶିବିରରେ ଯୋଗ ଦେଇ ଦକ୍ଷତା ପ୍ରଦର୍ଶନ କଲେ ଚୁଡାନ୍ତ ଟିମ୍ ରେ ଯୋଗ ଦେଇ ପାରିବେ।