ଅନ୍ୟାନ୍ୟ

ନିଶାମୁକ୍ତ ଅଭିଯାନ ନେଇ ମିନି ମାରାଥନ

By Biswaranjan Pattnaik

September 21, 2025

ଅନୁଗୁଳ: ନିଶା ସେବନ କଲେ ସ୍ବାସ୍ଥ୍ୟ ହାନି ହେବା ସହ ଆୟୁଷ ହାନି ମଧ୍ୟ ହୋଇଥାଏ। ନିଶା କବଳିତ ମଣିଷ ଧନ ସହିତ ଦୁଃସାଧ୍ୟ ରୋଗରେ ପଡି ପରିବାର ତଥା ସମାଜର ଅନେକ କ୍ଷତି କରିଥାଏ।ତେଣୁ ଏକ ନିଶା ମୁକ୍ତ ଭାରତ ଗଠନ ପାଇଁ ଆଜି ଏକ ମିନି ମାରାଥନ ଆୟୋଜିତ ହୋଇଥିଲା। ଅନୁଗୁଳ ଇଣ୍ଡୋର ଷ୍ଟାଡିୟମ ନିକଟରୁ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର।ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ସମାରୋହକୁ  ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ସମୂହର କ୍ରୀଡା ଅଧିକାରୀ ବିନୋଦ ଚନ୍ଦ୍ର ଦେହୁରୀ ଓ ମେରା ଯୁବ ଭାରତ କ୍ଳବର ତପନ କୁମାର ସାମଲ ,କ୍ରୀଡା ଗୁରୁ ନୀଳମଣି ଦାସ ସହାୟତା କରିଥିଲେ। ବହୁ ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ଏହି ମିନି ମାରାଥନରେ ଭାଗ ନେଇଥିଲେ।