ମୁଖ୍ୟ ଖବର

ଅନୁଗୁଳରୁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଦେଲେ ସୂଚନା

By Angul TV Bureau

September 14, 2025

ଅନୁଗୁଳ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ, ତେବେ ଭୁବନେଶ୍ଵର ଆସିବାର ଯୋଜନା ନାହିଁ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ସ୍ଵତନ୍ତ୍ର ଆକର୍ଷଣ ରହିଛି।

ଶ୍ରୀମନ୍ଦିରରେ ଖୁବଶୀଘ୍ର ହୁଣ୍ଡି ପରିବର୍ତ୍ତନ ହେବ ଏବଂ ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ଅନୁଗୁଳରେ ପୂର୍ତ୍ତ ବିଭାଗର ବିଳମ୍ୱିତ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ୨୫ କିମି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ବିଧାୟକମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଏହାର ସମୀକ୍ଷା ଅନୁଗୁଳରେ କରାଯାଇଛି। ଏହାସହ ଦୁର୍ଗାପୂଜା ପୂର୍ବରୁ ଅନୁଗୁଳ ସହରର ଖାଲଖମା ରାସ୍ତା ମରାମତି ପାଇଁ ୨୨ ତାରିଖ ସୁଦ୍ଧା କାମ ସାରିବାକୁ ଅଧିକାରୀଙ୍କ ସହ ଆଲୋଚନା ହୋଇଛି।