ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ସୋମବାର ବିଳମ୍ବିତ ରାତିରେ ଚୋରା କୋଇଲା ବେଝେଇ ମିନି ଟ୍ରକ୍ ଜବତକରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୋଲିସ ସନ୍ତରାବନ୍ଧ- ଟାକୁଆ ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ଚୋରା କୋଇଲା ଚାଲାଣ କରୁଥିବା ମିନି ଟ୍ରକ୍ କୁ ଜବତ କରିବାସହ ଚାଲାଣକାରୀ ସନ୍ତରାବନ୍ଧ ଗାଁର ତପନ ଓରଫ ଗୋବର୍ଦ୍ଧନ ପ୍ରଧାନ(୩୪)ଙ୍କୁ ଗିରଫ କରିଛି। ଏଥିସହ ଟ୍ରକ୍ କୁ ଏସ୍କର୍ଟ କରୁଥିବା ଏକ ବାଇକ୍କୁ ମଧ୍ୟ ଜବତ କରିଛି। ଟ୍ରକ୍ ରେ ପ୍ରାୟ ୫ଟନ୍ରୁ ଊର୍ଦ୍ଧ୍ବ କୋଇଲା ନେଇ ଆଠମଲ୍ଲିକ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା। ତପନ ସନ୍ତରାବନ୍ଧରେ ଏକ ବେଆଇନ କୋଇଲା ଡିପୋକରି ଏଭଳି ବେଆଇନ ଚୋରା କେଇଲା ଚାଲାଣ କରିଚାଲିଥିଲା।