ଘଟଣା ଓ ଦୁର୍ଘଟଣା

ନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

By Biswaranjan Pattnaik

April 22, 2021

ଅନୁଗୁଳ: ଅନୁଗୁଳ ଥାନା ଇଲାକା ଘୁଞ୍ଚାପାଳ ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁର୍ବ୍ଯବହାର କରିଥିଲେ। ନାବାଳିକାଙ୍କ ମା’ ଏନେଇ ଆଜି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।