ମୁଖ୍ୟ ଖବର

ଏମିତି ବି ଆସେ ମୃତ୍ୟୁ! ଅଳିଆ ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ

By Angul TV Bureau

December 12, 2025

ଅନୁଗୁଳ: ଅଳିଆବୁହା ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ। ଆଜି ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ହାଣ୍ଡିଧୂଆଁ ଗଣେଶବିହାରରେ ଏଭଳି ଛାତିଥରା ଘଟଣା ଘଟିଛି। ଏଠାରେ ପୌରପରିଷଦର ଏକ ଅଳିଆବୁହା ଗାଡ଼ି ଏକ ଶିଶୁକୁ ଧକ୍କାଦେବାରୁ ଘଟଣାସ୍ଥଳରେ ତା ଜୀବନ ଚାଲିଯାଇଛି।

ସୂଚନା ମୁତାବକ, ତାଳଚେର ପୌରପରିଷଦ ପକ୍ଷରୁ ୨୧ଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ପାଇଁ ୪ଚକିଆ ଟାଟା ଏସି ଗାଡ଼ି ନିୟୋଜିତ କରାଯାଇଛି। ଏହି ଗାଡ଼ି ଅଳିଆ ଉଠେଇବାକୁ ଯିବା ବେଳେ ଭୁଲ ବଶତଃ ଛୁଆଟିକୁ ଧକ୍କା ଦେଇଥିଲା। ଫଳରେ ତା ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଗାଡ଼ିକୁ ଅଟକାଇବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ପହଞ୍ଚି ଗାଡିକୁ ଅଟକାଇ ଏକ ମାମଲା ରୁଜୁ କରିବା ସହ ଶିଶୁର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ କଲୋନୀରେ ଶୋକର ଛାୟା ଖେଳି ଯାଇଛି।