ଘଟଣା ଓ ଦୁର୍ଘଟଣା

ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

By Swagatika Samantray

May 30, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜାମୁନାଳୀ ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗାଁର ରଞ୍ଜନ କୁମାର ମାଝୀଙ୍କ ୧୦ ବର୍ଷର ପୁଅ ନିରାକାର ସୋମବାର ସକାଳ ୯ଟାରେ ଜାମୁକୋଳି ଖାଇବାକୁ ଘରୁ ବାହାରିଥିଲେ। ସେଠାରୁ ଫେରିବା ବାଟରେ ଗାଁର ଜିରାବାହାଳ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଛେଣ୍ଡିପଦା ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଛେଣ୍ଡିପାଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।