କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡା ପଞ୍ଚାୟତ ହରିଚନ୍ଦନପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳିକ ହେଲେ ସାଇ ପରିଡ଼ା (୧୨)।
ସୂଚନା ଅନୁସାରେ, ହରିଚନ୍ଦନପୁର ଗ୍ରାମର ପାଣ୍ଡବ ପରିଡ଼ାଙ୍କ ପୁଅ ସାଇ ପରିଡ଼ା ସୋମବାର ଅପରାହ୍ନରେ ଟିଉସନ ଯାଇଥିଲେ। ସେଠାରୁ ସେ ଗ୍ରାମ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତାରେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କଣିହାଁ ପୋଲିସ ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା। ଆଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ମେଡିକାଲରେ ପହଞ୍ଚି ଅମର ଆତ୍ମାର ସଦଗଦି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।