ମୁଖ୍ୟ ଖବର

ଭୋଜି ବେଳେ ଅଘଟଣ: ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ନାବାଳିକା ଗୁରୁତର

By Angul TV Bureau

December 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଗୋହିରାପଶି ଠାରେ ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକା ହେଲେ ବାହାଳସାହି ଗାଁର ମାନସୀ ବେହେରା।

ମାନସୀ ସାଙ୍ଗ ମାନଙ୍କ ସହିତ ଗୋହିରାପଶି ଗାଁ ନିକଟସ୍ଥ ଜଙ୍ଗଲକୁ ଭୋଜି କରିବା ପାଇଁ ଯାଇଥିଲେ। ସେଠାରେ ଜାଳକାଠ ଯୋଗାଡ଼ କରୁଥିବା ବେଳେ ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମାରେ ହାତ ବାଜି ଫୁଟି ଯାଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।