ମୁଖ୍ୟ ଖବର

ଛାତ୍ରୀଙ୍କ ସହ ଅସଦାଚରଣ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ

By Angul TV Bureau

August 06, 2025

ତାଳଚେର ସହର: ଅନୁଗୁଳ ଜିଲ୍ଲା  ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ। ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି ମିଶ୍ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବର ପାଇ ତାଳଚେର ପୋଲିସ୍‌ କେନ୍ଦ୍ର ପରିଚାଳକଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଛି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଛାତ୍ରୀ ଜଣକୁ କେନ୍ଦ୍ର ପରିଚାଳକ ତାଙ୍କ ଘରକୁ ଛାଡ଼ି ନେବା ବାଟରେ ତାଙ୍କୁ ଅସଦାଚରଣ କରିଥିଲେ। ସେ ମଧ୍ୟ ରାତିରେ ଫୋନ କରି ନିଜ ଘରକୁ ଆସିବାକୁ କହିଥିଲେ। ଯାହାକୁ ଛାତ୍ରୀ ଜଣକ ବାରଣ କରିବା ସହିତ ଏ ନେଇ ଛାତ୍ରୀ ଜଣଙ୍କ ତାଳଚେର ଥାନାର ଦ୍ବାରସ୍ଥ ହୋଇଛନ୍ତି । 

ଅଭିଯୋଗ ପାଇ ପୋଲିସ୍‌ ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ପରିଚାଳକଙ୍କୁ ଅଟକ ରଖି ପଚାରା ଉଚାରା ଜାରି ରଖିଛି।