ମୁଖ୍ୟ ଖବର

ଛତିଶଗଡ଼ରେ ଓଡ଼ିଶା ପୁଲିସକୁ ଦୁର୍ବ୍ୟବହାର: ଅଭିଯୁକ୍ତ ଯୋଗେଶ ଜୈସୱାଲ ଗିରଫ

By Angul TV Bureau

May 01, 2026

ରାୟପୁର/ଅନୁଗୁଳ: ଛତିଶଗଡ଼ ରାଜଧାନୀ ରାୟପୁରରେ ଓଡ଼ିଶା ପୋଲିସକୁ ଦୁର୍ବ୍ୟବହାର ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଘଟଣାରେ ଶେଷରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁସାରେ,ଏକ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ‘ବାଇକ୍ ରାଇଡର୍’ ଯୋଗେଶ ଜୈସୱାଲଙ୍କୁ ନୋଟିସ୍ ଦେବା ପାଇଁ ଅନୁଗୁଳ ପୋଲିସର ଏକ ଟିମ୍ ରାୟପୁରର ସରସ୍ୱତୀ ନଗର ଅଞ୍ଚଳକୁ ଯାଇଥିଲେ। ସେଠାରେ ଯୋଗେଶ ଓ ତାଙ୍କ ସହଯୋଗୀମାନେ ପୋଲିସ ସହ ଅଭଦ୍ରାମି କରିବା ସହ ସେମାନଙ୍କୁ ସସପେଣ୍ଡ କରାଇବାକୁ ଧମକ ଦେଇଥିଲେ।

ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଅଭିଯୁକ୍ତ ଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ପୁଲିସ ସହ ହଙ୍ଗାମା କରୁଥିବା ଦେଖାଯାଇଛି। ପୋଲିସ କାର୍ଯ୍ୟରେ ଏଭଳି ବାଧା ସୃଷ୍ଟି ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ତଥାପି, ଅନୁଗୁଳ ପୋଲିସ ନିଜର ବୃତ୍ତିଗତ ଦକ୍ଷତା ପ୍ରଦର୍ଶନ କରି ଅଭିଯୁକ୍ତ ଯୋଗେଶଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।