ଘଟଣା ଓ ଦୁର୍ଘଟଣା

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

By Angul TV Bureau

December 07, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଗାଁର ସିଦ୍ଧାନ୍ତ ନାଏକ(୨୧)କୁ ଗିରଫ କରିଛି।

ସୂଚନା ଅନୁସାରେ, ଅନୁଗୁଳ ସଦର ଥାନା ଅଞ୍ଚଳର ଛାତ୍ରୀଙ୍କୁ ସିଦ୍ଧାନ୍ତ ବିବାହ କରିବ ବୋଲି କହି ଡେରେଜାଙ୍ଗ ଡ୍ୟାମ୍ ତଳେ ଥିବା ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ପରେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ପ୍ରତାରଣା କରିଥିଲା। ଏକଥା ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ୯୮୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ସିଦ୍ଧାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।