ଅନ୍ୟାନ୍ୟ

ଲକ୍ଷ୍ମୀ ପୂଜା ଭଷାଣି: କେନ୍ଦ୍ରୀୟ ପୂଜା କମିଟି କଥା ରହିଲାନି

By Biswaranjan Pattnaik

October 20, 2022

ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀ ପୂଜାର ସମ୍ମିଳିତ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନିଟା ରୁ ରାତି ଏଗାର ଟା ପର୍ଯ୍ୟନ୍ତ ବାଜା ରୋଷଣୀରେ ସହର ପଡୁଥିଲା ଉଠୁଥିଲା। ତେବେ ଗୋଟିଏ କଥା ଲକ୍ଷ କରାଗଲା କେନ୍ଦ୍ରୀୟ ପୂଜା କମିଟି ମିଟିଙ୍ଗରେ ଯାହା ସବୁ ନିଷ୍ପତ୍ତି ନିଆଯାଇଥିଲା ସେ ସବୁକୁ ଅନେକ ପୂଜା କମିଟି ବାଏଁ ବାଏଁ ଉଡାଇ ଦେଇଥିଲେ। ଥାନା ଛକରେ ନିଜ କ୍ରମାଙ୍କ ଅନୁସାରେ ପହଞ୍ଚିବା, ଶୋଭାଯାତ୍ରା ଆଗରେ କ୍ରମାଙ୍କ ଲେଖିବା ଆଦି କାର୍ଯ୍ୟ ଦେଖିବାକୁ ମିଳିନଥିଲା।

ଅନେକ ପୂଜା କମିଟି କାନ ଫଟା ସାଉଣ୍ଡ ଲଗେଇ ଯାଉଥିଲେ।ଡକ୍ରରଖାନା ନିକଟରେ କାହାରି ସାଉଣ୍ଡ କମି ନଥିଲା। ବିସର୍ଜନ ବେଳେ ଅଳ୍ପ କେତେଜଣ ଅସ୍ଥାୟୀ ପୋଖରୀରେ ପକାଇ ଥିଲେ।ଅନ୍ୟମାନେ ଏଠି ସେଠି ପକାଇ ପ୍ରଦୂଷଣ ବଢ଼ାଇ ଥିଲେ। କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି କ୍ରେନ ଲଗାଇ ବିସର୍ଜନ କରାଯିବ। କଥାକୁ କେହି ମାନି ନ ଥିଲେ। ନିଷ୍ପତ୍ତିର ଏହି ସବୁ ଉଲ୍କଙ୍ଘନ ବୁଦ୍ଧିଜୀବୀ ମହଲରେ ଉଦବେଗ ସୃଷ୍ଟି କରିଥିଲା।