ଘଟଣା ଓ ଦୁର୍ଘଟଣା

ଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକ

By Angul TV Bureau

January 31, 2023

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାକୋସିଂହା ପଞ୍ଚାୟତ ବେଲସୁଣ୍ଠା ସାହିର ଜଣେ ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ନରେଶ ସାହୁ। ବାପାଙ୍କ ଅଭିଯୋଗ ମୁତାବକ, କିଛି ଦିନ ତଳେ ଝିଅ ଚନ୍ଦ୍ରକାନ୍ତି ତିୱାରୀ (୨୩) ଘରୁ କାହାକୁ କିଛି ନ କହି ଘରୁ ବାହାରି କୁଆଡେ ଚାଲି ଯାଇଥିଲେ। ଘର ଲୋକ ଚାରି ଆଡ଼େ ଖୋଜା ଖୋଜି କରିବା ପରେ ଝିଅ ନ ମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି।