ଅନୁଗୁଳ: ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍ ହସ୍ତାନ୍ତର ମେଳା। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଅନୁଗୁଳ ଏସ୍ପି ରାହୁଲ ଜୈନ ଉପସ୍ଥିତ ଥିଲେ। ଏ ଅବସରରେ ଉଦ୍ଧାର ହୋଇଥିବା ୧୨୫ରୁ ଅଧିକ ସ୍ମାର୍ଟ ଫୋନ୍କୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଥିଲା। ଉଦ୍ଧାର ମୋବାଇଲ୍ ଫୋନ୍ଗୁଡ଼ିକର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।