ମୁଖ୍ୟ ଖବର

ମିଶନ ଇନ୍ଦ୍ରଧନୁଷ୍ ୫.୦ ଉଦ୍‌ଘାଟିତ: କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆଲୋଚନା

By Angul TV Bureau

September 11, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦(ଟୀକାକରଣ)ର ଉଦଘାଟନୀ ସମାରୋହ ହୁଲୁରସିଂହା ନେତାଜୀ କ୍ଲବଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନର ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ଓ କାଉନସିଲର କୈଳାଶ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏ ଅବସରରେ ଡା. ପ୍ରଧାନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଚଳିତ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ୬୮୨ଟି ଟୀକାକରଣ ଅଧିବେଶନ ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଡା.ଦେବାଶିଷ ପ୍ରଧାନ, ଜିଲ୍ଲା ବିତ୍ତୀୟ ପରିଚାଳକ ସପନ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଜନ ସଂଚାର ଅଧିକାରୀ ଭରତ କୁମାର ସାହୁ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ସୂର୍ଯ୍ୟପ୍ରତାପ ମହାମାନସିଂହ, ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ପରିଦର୍ଶକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଡାଟା ପରିଚାଳକ ଉପସ୍ଥିତ ଥିଲେ।