ଅନ୍ୟାନ୍ୟ

ମିଶନ ଶକ୍ତି ପକ୍ଷରୁ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଆରମ୍ଭ

By Biswaranjan Pattnaik

September 01, 2022

ଅନୁଗୁଳ: ସ୍ଥାନୀୟ ବଣୀଆବାହାଳ ନାରୀ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଖାଦ୍ୟ ବା ପଥ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନଙ୍କ ଉପସ୍ଥିତିରେ ଏହି ଖାଦ୍ୟ ଯୋଗାଣ ପ୍ରକ୍ରିୟା ଉଦଘାଟିତ ହୋଇଥିଲା। ନାରୀଶକ୍ତିର ବାର ଜଣିଆ ଦଳ ଦୈନିକ ତିନି ଓଳିରେ ନ ଶହ ମିଲ ପ୍ରସ୍ତୁତ କରିବେ। ଏ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମହିଳା ଟିମଙ୍କୁ ଖାଦ୍ୟ ପ୍ରସ୍ତୁତି ବେଳେ ଗୁଣାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।