ମୁଖ୍ୟ ଖବର

କୋଶଳା ଗ୍ରାମବାସୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ ଓ ପୂର୍ବତନ ବିଧାୟକ

By Angul TV Bureau

March 18, 2026

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ବିଭିନ୍ନ ସମସ୍ୟାକୁ ନେଇ ଗତ ୬ ତାରିଖରୁ ସ୍ଥାନୀୟ ବାସିନ୍ଦାମାନେ ଧାରଣାରେ ବସି ରହିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କିଛି ଦିନ ପୂର୍ବରୁ ବିଧାନସଭା ଗୃହରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି କ୍ରମରେ ଗତକାଲି ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା ଧାରଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ଭେଟିଥିଲେ।

ଏହାପରେ ଆଜି ସେମାନେ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଯଥାଶୀଘ୍ର ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଏହି ବିବାଦର ସମାଧାନ କରିବାକୁ ନେତୃବୃନ୍ଦ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ବୈଠକରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ବିପ୍ଳବ ଜେନା ମଧ୍ୟ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ନ୍ୟାଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଆଲୋଚନା ପରେ ଜଣାପଡ଼ିଛି।