ଅନୁଗୁଳ: ବାରବାଟୀ ଷ୍ଟାଡିୟମରେ ସଞ୍ଜୟ ବେହେରା ନେତୃତ୍ୱରେ ସେକ୍ରେଟାରୀ ଏକାଦଶ ଏବଂ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ କ୍ରୀଡାମନ୍ତ୍ରୀ ଏକାଦଶ ଟିମ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କ ଏକାଦଶ ୧୩୬ ରନର ଟାର୍ଗେଟକୁ ପଙ୍କଜ ମହାନ୍ତି ଏକାଦଶ ଛୁଇଁ ପାରି ନ ଥିଲେ ଏବଂ ୨୬ ରନରେ ପରାସ୍ତ ହୋଇଥିଲେ। ଏହି ମ୍ୟାଚରେ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନଙ୍କ ବ୍ୟାଟିଂ ଆକ୍ସନ ବେଶ ଆକର୍ଷଣୀୟ ହୋଇଥିଲା।