ଅନୁଗୋଳ,୨୩/୭: NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ତାଳଚେର ବ୍ଲକ୍ କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ସୋଲଡା ଗ୍ରାମର ଅଶୋକ ବେହେରାଙ୍କ ସୁକନ୍ୟା ଶୁଭସ୍ମିତା ବେହେରା। ଶୁଭସ୍ମିତା ସର୍ବଭାରତୀୟ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ବ୍ରଜକିଶୋର ପ୍ରଧାନ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରେ ବିଧାୟକ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ହିଙ୍ଗୁଳାଙ୍କ ନିକଟରେ ଶୁଭସ୍ମିତାଙ୍କ ଉଜ୍ଜ୍ୱଳ ଓ ନିରାମୟ ଭବିଷ୍ୟତ କାମନା କରିଥିଲେ। ସେ କହିଥିଲେ ଯେ, ଶୁଭସ୍ମିତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତା ଅଞ୍ଚଳର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ’।