ଅନୁଗୋଳ: ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ବିଶେଷକରି ସାରା ଆକାଶ ପୂଜା କମିଟି ପାଇକ ସାହି, ରୁଦ୍ରସେବକ ମାଳିସାହି, ବଣିଆ ସାହି, ମହାବଳପଡା, ତ୍ରିନାଥ ସିଂହ ସାହି, ସିଦ୍ଧି ବିନାୟକ ମାରୁଆଡ଼ି ପଟୀ, ଅଲ ରାଉଣ୍ଡର ନୁହୁର ସାହି, ଭୈରବୀ ସାହି, କୁମ୍ଭାର ସାହି, ରାସ ପାର୍ଟି ବଉଳ ଛକ, କାରିଗରପଡା, ପାଟଣା ସାହି, ହନୁମାନପଡ଼ା, ଚିତ୍ରକୂଟ ବଜାର, ହରଗୌରୀ କିଶୋର ଗଞ୍ଜ, ଜେଲରୋଡ, ବାପୂଜି ନଗର, ରାମଚନ୍ଦ୍ର ବଜାର ଏବଂ ମା ମଙ୍ଗଳା ଜାମ୍ବୁ ବଣିଆ ସାହି ସମେତ ୧୯ଟି ମଣ୍ଡପ ବୁଲି ବିଘ୍ନବିନାଶକଙ୍କ ନିକଟରେ ତାଳଚେରବାସୀଙ୍କ ସୁଖ-ସମୃଦ୍ଧି ଓ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।