ମୁଖ୍ୟ ଖବର

ପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

By Angul TV Bureau

February 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ପାଳଲହଡ଼ା ବ୍ଲକ ଓ କଣିହାଁ ବ୍ଲକର ୧୭ ଗୋଟି ସମବାୟ ସମିତି ପାଇଁ ଅଧିକ ଧାନ କିଣିବା ପାଇଁ ମଞ୍ଜୁରୀ ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି। ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି ଅଧିକ ଆଲୋଚନା କରିଥିଲେ। ମନ୍ତ୍ରୀ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପାଳଲହଡ଼ାକୁ ଅଧିକ ମାସ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ଵାରା ସମବାୟ ସମିତି ଚାଷୀଙ୍କ ଠାରୁ ଅଧିକରୁ ଅଧିକ ଧାନ ସଂଗ୍ରହ କହିପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡବାସୀ ବିଶେଷ ଭାବରେ ଧାନ ଚାଷ ଉପରେ ନିର୍ଭରଶୀଳ। ଉପଖଣ୍ଡରେ ଥିବା ୧୧ ଟି ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଧାନ କିଣା ଶେଷ ହୋଇଛି। ବଳକା ରହିଯାଇଥିବା ଧାନ ଏବଂ ଆଦୌ ଟୋକେନ ଆସି ନଥିବାରୁ ଚାଷୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ବିଧାୟକ ଯୋଗାଣ ମନ୍ତ୍ରୀଙ୍କୁ ଏ ନେଇ ଜଣାଇଛନ୍ତି।