ମୁଖ୍ୟ ଖବର

ତାଳଚେର ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ

By Angul TV Bureau

April 05, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ତେଣ୍ଟୁଲେଇ ପଞ୍ଚାୟତ ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ଦୀର୍ଘଦିନ ସମସ୍ୟା ବାବଦରେ ତାଳଚେର ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ବ୍ରଜ କିଶୋର ପ୍ରଧାନ ଆଲୋଚନା କରିଛନ୍ତି।

ଏହି ଆଲୋଚନାରେ ପଟ୍ଟା, ଜାତିଗତ ଓ ଆବାସିକ ପ୍ରମାଣ ପତ୍ର ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଶୀଘ୍ର ଏକ ଉଚ୍ଚ ସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଛି।

ହାଉସିଂ ବୋର୍ଡ କମିଟିର ସଦସ୍ୟ ସମସ୍ତ କାଗଜପତ୍ର ବିଧାୟକଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।