ମୁଖ୍ୟ ଖବର

ଫିଟିବ କଳାକାରଙ୍କ ଭାଗ୍ୟ: ଅନୁଗୁଳରେ ନୂତନ ‘କଳାକାର ଭବନ’ର ଶିଳାନ୍ୟାସ କଲେ ବିଧାୟକ

By Angul TV Bureau

May 23, 2025

ଅନୁଗୁଳ : ଅନୁଗୁଳର ସର୍ବପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ନୂତନ କାର୍ଯ୍ୟାଳୟ ‘କଳାକାର ଭବନ’ର ଶିଳାନ୍ୟାସ ହୋଇଛି। ଆଜି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ନଗରପାଳ ଅକ୍ଷୟ କୁମାର ସାମନ୍ତ ଏହାର ଶିଳାନ୍ୟାସ କରିଛନ୍ତି।

ପ୍ରକାଶ ଯେ ପ୍ରାୟ ୪୦ ବର୍ଷ ହେଲାଣି ଏହା ଅବହେଳିତ ହୋଇ ପଡ଼ିରହିଥିଲା। ଏକ ଛୋଟ କଳାକାର ଭବନ କରି ସେଠାରେ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଗତ ସରକାର ବେଳେ କିଛି ଜିଲ୍ଲା ଅଧିକାରୀ ସେହି ଭବନକୁ ଭାଙ୍ଗି ଦେଇଥିଲେ। ସେବେଠାରୁ କଳାକାରଙ୍କ ପାଇଁ କିଛି ଗୃହ ନଥିଲା। ଏନେ ନୂଆ ସରକାର ଆସିବା ପରେ କଳାକାର ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି।

ଆଜିର ଶିଳାନ୍ୟାସ ଉତ୍ସବରେ ୧୪ ନଂ ୱାର୍ଡ ପାରିଷଦ ସୁଲୋଚନା ଦ୍ବିବେଦୀ, ପୌରପରିଷଦ କାର୍ଯ୍ୟ ନିର୍ବାହୀଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପୌର ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସମେତ କଳାକାର ଅନୁଷ୍ଠାନର ଉପଦେଷ୍ଟା ଭୂପେଶ ପ୍ରଧାନ, ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ, ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର, ଉପସଭାପତି କାମାକ୍ଷାପ୍ରସାଦ ଜେନା, ସହ ସମ୍ପାଦକ ପ୍ରଶାନ୍ତ ରଥ, ରୁଚିର ବରାଳ, ଅନୀତା ସିଂଦେଓ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।