ଅନ୍ୟାନ୍ୟ

କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

By Biswaranjan Pattnaik

May 19, 2021

ଅନୁଗୁଳ: ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ପିପିଇ କିଟ୍ ପରିଧାନ କରି ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ୍ ଠାରେ ଥିବା ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ୍ ପରିସରକୁ ଯାଇ ଆଇସିୟୁରେ ଅକ୍ସିଜେନ, ରୋଗୀଙ୍କ ଖାଦ୍ୟପେୟ, ଔଷଧ ଓ ଚିକିତ୍ସା ସମ୍ବନ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଗୁରୁତର ଅବସ୍ଥାରେ ଆସୁଥିବା କୋଭିଡ୍ ରୋଗୀଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଅକ୍ସିଜେନର ଯେପରି ଅଭାବ ନରହେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ସହ ବିଜେଡି ଜିଲ୍ଲା ଯୁବ ସମ୍ପାଦକ ରାଜେଶ ଦାସ ଉପସ୍ଥିତ ଥିଲେ ।