ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ: ବୁଝିଲେ ରୋଗୀଙ୍କ ସୁବିଧା ଅସୁବିଧା

By Biswaranjan Pattnaik

August 06, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ବୈଠକରେ ଯୋଗ ଦେଇ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ହସ୍ପିଟାଲର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଏ ଅବସରରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଶିବାନନ୍ଦ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ। ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ରୋଗୀ ସେବାରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ଖୁବଶୀଘ୍ର ହସ୍ପିଟାଲର ବିଭିନ୍ନ ପୂରଣ ହେବ ବୋଲି ସେ କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବ ନିର୍ମିତ ନୂତନ ଗୃହକୁ କାର୍ଯ୍ୟକ୍ଷମ କରିବା ନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ବିଧାୟକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ଅସୁବିଧା କଥା ବୁଝିଥିଲେ। ଆଲୋଚନା ବେଳେ ଜିଲ୍ଲା ନାଗରିକ ସୁରକ୍ଷା ମଞ୍ଚର ସଦସ୍ୟ ଉପସ୍ଥିତ ଥିଲେ।