ଅନୁଗୁଳ: ଆଠମଲ୍ଲିକ ବ୍ଲକ କମ୍ପଲା, ମଧ୍ଯପୁର, କମ୍ପଲା, ଦେଉଳି, ବେଲପୁଞ୍ଜି, ଡେବେରାପାଲୀ, ଡୁଡୁମ, ରଞ୍ଜନା, ବାସୁଦେବପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରବିବାର ଦିନ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଛନ୍ତି। ବିଧାୟକ ପ୍ରତ୍ୟେକ ଗ୍ରାମକୁ ଯାଇ ଗ୍ରାମର ପିଇବା ପାଣି ସହ ରାସ୍ତାଘାଟ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ।
ଏଥିସହ ସମସ୍ତ ସରକାରୀ ଯୋଜନା କିପରି ସଠିକ ଭାବରେ ଗ୍ରାମଞ୍ଚଳରେ କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା କରିଥିଲେ। ଏନେଇ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଅଞ୍ଚଳବାସୀଙ୍କୁ କହିଥିଲେ। ଏହି ଗସ୍ତ ସମୟରେ ଆଠମଲ୍ଲିକ ବିଜେଡି ବ୍ଲକ ସଭାପତି ମହେଶ୍ଵର ଦେହୁରୀ, କମ୍ପଲା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେଡି ନେତା କାଶୀନାଥ ସାହୁ, ବରିଷ୍ଠ ନେତା ଶ୍ରୀକାନ୍ତ କୁମାର ମାହାର, ସ୍ଥାନୀୟ ସରପଞ୍ଚ ସୁଧୀର କୁମାର ସେଠୀ ଯୋଗ ଦେଇଥିଲେ।