କ୍ରୀଡ଼ା

ରାତ୍ରିକାଳୀନ କ୍ରିକେଟ: ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ

By Angul TV Bureau

May 22, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆନନ୍ଦପୁରଠାରେ ଏମଏମସିସି କ୍ଲବ ପକ୍ଷରୁ ଆୟୋଜିତ ସିପୁ ଆଣ୍ଡ ସିପୁ ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ୬ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ଉଦଯାପନୀ ଉତ୍ସବରେ ଶିକ୍ଷକ ଚିଦାନନ୍ଦ ଦେହୁରୀ, ସମାଜସେବୀ ସଞ୍ଜୟ ପ୍ରଧାନ, ରଘୁନାଥ ରଣା, ଶତ୍ରୁଘ୍ନ ସାହୁ, ପଞ୍ଚାନନ ସାହୁ ଓ ନରେଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଲିଟୁ, ରିଙ୍କୁ, ବାପି, ଦୁଷ୍ମନ୍ତ ଓ ବୁଦ୍ଧଦେବ ଅମ୍ପାୟାର ଭାବେ ପରିଚାଳନା କରିଥିଲେ।ରୋମାଞ୍ଚକର ଫାଇନାଲର ପ୍ରଥମ ମ୍ୟାଚ୍‌ରେ ବିମଳବେଡ଼ା ୭୩ ରନ କରିଥିବା ବେଳେ ସାନହୁଲା ୬୬ ରନରେ ସୀମିତ ରହିଥିଲା। ଦ୍ୱିତୀୟ ମ୍ୟାଚ୍ ଟାଇ ହେବା ପରେ, ସୁପର ଓଭର (ଏକ ଓଭର) ମ୍ୟାଚ୍‌ରେ ସାନହୁଲା ଦେଇଥିବା ୬ ରନର ଲକ୍ଷ୍ୟକୁ ବିମଳବେଡ଼ା ସଫଳତାର ସହ ହାସଲ କରି ବିଜୟୀ ହୋଇଥିଲା। ଏମଏମସିସି କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।