ଅନ୍ୟାନ୍ୟ

ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ସ୍ଥାନୀୟ ଲୋକେ

By Angul TV Bureau

January 18, 2024

ତାଳଚେର: ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ମୁତାବକ, ତାଳଚେର ଉପଖଣ୍ଡରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଖଣି ଖାଦାନ ଥିବାରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟାତ କରନ୍ତି। ପୂର୍ବରୁ ଏଠାରେ ମୋ ଗାଁ ବସ୍ ଚାଲୁଥିଲା କିନ୍ତୁ ତାହା ବନ୍ଦ ହୋଇଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏଣୁ ତାଳଚେର ରାଜବାଟି ଠାରୁ ହିଙ୍ଗୁଳା ମନ୍ଦିର ଯାଏ ୫ଟି ମୋ ବସ୍ ଚଳାଚଳ ପାଇଁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଆଇନ୍‌ଜୀବୀ ବାଉରୀବନ୍ଧୁ ବେଜ, ପ୍ରଭାତିନୀ ଆଚାର୍ଯ୍ୟ, ପ୍ରଦୀପ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।