ମୁଖ୍ୟ ଖବର

‘ମୋ ଛାତ, ମୋ ସଞ୍ଚୟ’ ସଚେତନତା ଅଭିଯାନ ଆରମ୍ଭ: ରୁଫ୍‌ଟପ୍ ସୋଲାର ପାଇଁ ୧.୩୮ ଲକ୍ଷ ପର୍ଯ୍ୟନ୍ତ ସବ୍‌ସିଡି

By Angul TV Bureau

May 21, 2026

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ -MNREର ଦେଶବ୍ୟାପୀ ‘ମନ୍ଥ ଅଫ୍ ସୋଲାର’ ଅଭିଯାନର ଅଂଶ ଭାବେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସକମ୍‌ ପକ୍ଷରୁ ‘ମୋ ଛାତ, ମୋ ସଞ୍ଚୟ’ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟସୌର ଶକ୍ତିର ଲାଭ ବିଷୟରେ ବ୍ୟାପକ ଉପଭୋକ୍ତା ସଚେତନତା ସୃଷ୍ଟି, ରୁଫ୍‌ଟପ୍ ସୋଲାର ପାଇଁ ଆବେଦନକୁ ପ୍ରୋତ୍ସାହନ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା।

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ରାଜ୍ୟର ସମସ୍ତ ଜିଲ୍ଲା ଓ ସମସ୍ତ ବର୍ଗର ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ଯାହାଦ୍ୱାରା ସର୍ବାଧିକ ନାଗରିକ ରୁଫ୍‌ଟପ୍ ସୋଲାର ଓ ସରକାରୀ ସବ୍‌ସିଡିର ଲାଭ ଉଠାଇ ପାରିବେ। ଆଜି ଓଡ଼ିଶା ରୁଫ୍‌ଟପ୍ ସୋଲାର ଆପଣେଇବାରେ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ଓଡ଼ିଶାରେ ଦେଶର ସବୁଠାରୁ ଆକର୍ଷଣୀୟ ସବ୍‌ସିଡି ବ୍ୟବସ୍ଥା ଉପଲବ୍ଧ।ଯୋଗ୍ୟ ଉପଭୋକ୍ତାମାନେ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସବ୍‌ସିଡି ବାବଦରେ ୧,୩୮,000 ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଏହା ୧ କିଲୋୱାଟ୍ ପର୍ଯ୍ୟନ୍ତ -ULA ଏବଂ ୧ କିଲୋୱାଟ୍‌ରୁ ଅଧିକ -Non-ULA ଉଭୟ ବର୍ଗଙ୍କ ପାଇଁ ଲାଗୁ। ଏହି ସବ୍‌ସିଡି ପ୍ରାରମ୍ଭିକ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରୁଛି। ଫଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମସ୍ତ ପରିବାର ପାଇଁ ସ୍ୱଚ୍ଛ ଶକ୍ତି ଆପଣେଇବା ଅଧିକ ଶସ୍ତା ଓ ସହଜସାଧ୍ୟ ହୋଇଛି।