ଅନ୍ୟାନ୍ୟ

ନବକୃଷ୍ଣ ଚୌଧୁରୀ ବିଇଡି କଲେଜରେ ପୁରାତନ ଛାତ୍ର ସଂଘର ‘ମୋ କଲେଜ’ ବୈଠକ, ପୁରୁଣା ସ୍ମୃତି ବଖାଣିଲେ ଛାତ୍ରଛାତ୍ରୀ

By Angul TV Bureau

July 19, 2023

ଅନୁଗୁଳ: ଆଜି ଅନୁଗୁଳର ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ସମେତ କଲେଜ ଲେଭେଲ କମିଟିର ସମସ୍ତ ସଦସ୍ୟ ତଥା ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ନାକ୍ ମାନ୍ୟତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମିଟି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା -କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା।

ଜାତୀୟ ଶିକ୍ଷକ ଶିକ୍ଷା ପରିଷଦରୁ ନୂତନ ଭାବରେ ୧୫୦ ସିଟ ପୁନଃ ଅନୁମୋଦନ ପାଇଥିବା ଏହି କଲେଜ ନିମନ୍ତେ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ବୈଠକରେ କମିଟିର ସଭାପତି ସରୋଜ କୁମାର ପାଣିଗ୍ରାହୀ, ମୋ କଲେଜ ଅଭିଯାନର ଉପଦେଷ୍ଟା ଡଃ ଚୈତନ୍ୟ ସାହୁ, କଲେଜର ନାକ୍ ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ସାହୁ, ମୋ କଲେଜ କାର୍ଯ୍ୟକାରିଣୀ କମିଟିର ଆବାହକ ମିତାଲି ସ୍ୱାଇଁ, ଯୁଗ୍ମ ଆବାହକ ଡଃ ଶ୍ରୁତିରୁପା ପଣ୍ଡା, ମହାବିଦ୍ୟାଳୟ ଉନ୍ନୟନ ପ୍ରତିନିଧି ବନମାଳୀ ବାଗ, ଆଲୁମିନି ପରିଚାଳନା କମିଟିର ସଦସ୍ୟ ଡଃ ସରୋଜ କୁମାର ରାଉତଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଦାସ, ଜଗନ୍ନାଥ ବିଶ୍ୱାଳ, ହରିହର ସାହୁ, କାଞ୍ଚନବାଳା ସାହୁ, ଡଃ ସବିତାଞ୍ଜଳି ନନ୍ଦ, ଦୁଃଶାସନ ସେଠ, ଦୁର୍ଗା ଚରଣ ବିଶୋଇ, ପରମାନନ୍ଦ ନାୟକ ପ୍ରମୁଖ ପୁରୁଣା ସ୍ମୃତି ବଖାଣି ଥିଲେ।