ଅନ୍ୟାନ୍ୟ

ଆଠମଲ୍ଲିକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ: ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ସଂଗୃହୀତ ହେଲା ମାଟି

By Angul TV Bureau

September 03, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ସାହୁ, ସ୍ୱାମୀ ଅଭୟ ଚୈତନ୍ୟ ମହାରାଜ ପ୍ରମୁଖ ଯୋଗଦେଇ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ।

ଏ ଅବସରରେ ଆଠମଲ୍ଲିକ ସାତକୋଶିଆ ମଣ୍ଡଳର ଟାଇଂସି ଗ୍ରାମରେ ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଥିଲା। ପରେ ଗ୍ରାମର ସମସ୍ତଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାରୀ ତଥା ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ରୁନାକାନ୍ତ ପ୍ରଧାନ, ସୁବୋଧ ଦେହୁରୀ, ପଞ୍ଚାୟତ ସଭାପତି ବିମ୍ବାଧର ସାହୁ, ବେଦବ୍ୟାସ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଉପସ୍ଥିତ ଥିଲେ।