ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ସୋର ଜଣେ ମୋବାଇଲ ଚୋରକୁ ଗିରଫ କରିଛି। ସୂଚନା ମୁତାବକ, ଖାଲଗାଁର ବଳରାମ ଦେହୁରୀ ଗତ ୩୦ ତାରିଖରେ ବନ୍ତଳା ଛକରେ ଥିବା ତାଙ୍କ କୁକୁଡ଼ା ଦୋକାନରେ ମାଂସ କାଟୁଥିଲେ। ଏହି ସମୟରେ କେହି ତାଙ୍କ ମୋବାଇଲଟି ଚୋରିକରି ନେଇଥିଲା। ଏ ନେଇ ବଳରାମ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ସୋମବାର ଲାଛବନ୍ଧ ଗାଁର ଶମ୍ଭୁନାଥ ଦେହୁରୀ(୨୦)ଙ୍କୁ ଗିରଫକରି ତାଙ୍କଠଶରୁ ଚୋରି ମୋବାଇଲ ଉଦ୍ଧାର କରିଛି। ଅଭିଯୁକ୍ତ ଶମ୍ଭୁନାଥଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିଛି।