ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ରକ୍ତ ଭଣ୍ଡାର ସମେତ ୪ଟି ଜିଲ୍ଲାକୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପ୍ରଦାନ କରିଛନ୍ତି। ଆଜି ସକାଳେ ଏହି ଅତ୍ୟାଧୁନିକ ଯାନ ଅନୁଗୁଳରେ ପହଞ୍ଚିଛି। ଏହି ଯାନର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା। ଏହି ଗାଡ଼ିରେ ଶୀତ ତାପ ନିୟନ୍ତ୍ରିତ କ୍ୟାବିନ,ଦୁଇଟି କାଉଚ୍, ଇନଭାର୍ଟର,ରକ୍ତ ସଂଗ୍ରହ ଫ୍ରିଜର ଆଦି ରହିଛି।ଯେ କୌଣସି ଜାଗାରେ ଯେ କୌଣସି ପରିସ୍ଥିତିରେ ରକ୍ତ ସଂଗ୍ରହର ବ୍ୟବସ୍ଥା ଏଥିରେ ରହିଛି।