ଘଟଣା ଓ ଦୁର୍ଘଟଣା

ଅଭିନବ ଉପାୟରେ ମୋବାଇଲ ଲୁଟ୍

By Biswaranjan Pattnaik

February 23, 2023

ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟାରେ ଅଭିନବ ଉପାୟରେ ମୋବାଇଲ ଲୁଟ ହୋଇଥିବା ଖବର ମିଳିଛି। ହୋଟେଲ ମାଲିକ ସଞ୍ଜୟ ଅଗ୍ରୱାଲ ସାମନା ଦୋକାନକୁ ଯାଇ ଫେରୁଥିବା ବେଳେ ଦେଖିଲେ ହଠାତ୍ ଯୁବକ ଜଣେ ତଳେ ପଡିଗଲା। ପାଖରେ ଥିବା ଅନ୍ୟ ଜଣେ ଯୁବକ ସଞ୍ଜୟଙ୍କୁ ଆଜ୍ଞା ଟିକେ ପିଲାଟାକୁ ଉଠାନ୍ତୁ, ଧରମ ହେବ ବୋଲି କହିଲା। ସଞ୍ଜୟ ତଳେ ପଡିଥିବା ପିଲାକୁ ଉଠାଇବା ବେଳେ ପାଖରେ ଥିବା ଅନ୍ୟ ଯୁବକ ଜଣକ ମଧ୍ୟ ସଞ୍ଜୟଙ୍କ ପଛପଟୁ ଉଠାଇବାରେ ସାହାଯ୍ୟ କରୁଥିବା ଅଭିନୟ କରି ମୋବାଇଲ ନେଇ ଯାଇଥିଲା।ସଞ୍ଜୟ କିଛି ଜାଣି ପରି ନଥିଲେ। ଦେଖାଗଲା ତଳେ ପଡିଥିବା ପିଲା ଉଠିବା ପରେ ଓ ଅନ୍ୟ ଯୁବକ ଜଣକ ହଠାତ୍ ଗୋଟାଏ ବାଇକରେ ଦୃତ ଗତିରେ ବସ୍ ଷ୍ଟାଣ୍ଡ ଆଡ଼କୁ ପଳାଇଥିଲା। ସଞ୍ଜୟଙ୍କ ସନ୍ଦେହ ହେବାରୁ ପକେଟରେ ହାତ ମାରି ଦେଖିଲେ ମୋବାଇଲ ଚୋରି ହୋଇଯାଇଛି। ଏବେ ବିଚରା ସଞ୍ଜୟ କହୁଛନ୍ତି ରାସ୍ତାରେ ପଡ଼ି ଲୋକ ମଲେ ବି ପାଖକୁ ଆଦୌ ଯିବା କଥା ନୁହେଁ।