ଘଟଣା ଓ ଦୁର୍ଘଟଣା

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

By Angul TV Bureau

April 11, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ ମୋବାଇଲ ଦୋକାନର ଗୋଟିଏ କୋଠରୀରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଅନ୍ୟ କୋଠରୀକୁ ବ୍ୟାପୀ ଯାଇଥିଲା । ଦୋକାନୀମାନେ ଏହା ଦେଖି ଭୟରେ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ତାଳଚେର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।