ଘଟଣା ଓ ଦୁର୍ଘଟଣା

ମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

By Biswaranjan Pattnaik

March 22, 2023

ଅନୁଗୁଳ: ଆଜି ସନ୍ଧ୍ୟାରେ ସ୍ଥାନୀୟ ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି କରି ପଳାଉଥିବା ଯୁବକଙ୍କୁ ଦୋକାନୀ ମାଡ଼ିବସିଛନ୍ତି। ଯୁବକଙ୍କୁ ଧରିବା ପରେ ଦୋକାନ ମାଲିକ ଉତ୍ତମ ମଧ୍ୟମ ଦେଇଥିଲେ।

ଚୋରି କରୁଥିବା ଯୁବକ ବେଣାଗାଡ଼ିଆର ବୋଲି ଜଣାପଡ଼ିଛି। ସେ ମୋବାଇଲ ନେଇ ପଳାଉଥିବା ବେଳେ ଦୋକାନୀଙ୍କ ସହ ବାଟୋଇମାନେ ତାଙ୍କୁ କାବୁ କରି ଛେଚି ଥିଲେ। ପରେ କାନ ଧରାଇ ଭୁଲ ମଗାଇ ଥିବା ଜଣାଯାଇଛି।