ଘଟଣା ଓ ଦୁର୍ଘଟଣା

ଘରୁ ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ

By Sanjeeb Biswal

August 25, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମରେ ଘରୁ ମୋବାଇଲ ଚୋରି ହୋଇଥିବା ନେଇ କରି ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସୁମନ୍ତ ସାହୁଙ୍କ ପରିବାର ଘର ନିକଟରେ କାମ କରୁଥିବା ବେଳେ ଗାଁର ଜଣେ ଯୁବକ ତାଙ୍କ ଘର ବାଡ଼ିପଟ ଦେଇ ଆସୁଥିବା ସୁମନ୍ତ ଦେଖିଥିଲେ। ତାଙ୍କୁ କୁଆଡେ ଯାଇଥିଲୁ ବୋଲି ପଚାରିବାରୁ ସେ କିଛି ନ କହି ଚାଲିଯାଇଥିଲେ। ପରେ ସୁମନ୍ତ କାମ ସାରି ଘରକୁ ଫେରିବା ପରେ ଘରେ ମୋବାଇଲ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ଉକ୍ତ ଯୁବକଙ୍କୁ ପଚାରିବାରୁ ସେ ମଧ୍ୟ ମନା କରିଥିଲେ। ଶେଷରେ ସୁମନ୍ତ ନିରୁପାୟ ହୋଇ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।