ଅନ୍ୟାନ୍ୟ

ଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ମୋଦି ସରକାର

By Angul TV Bureau

August 13, 2022

ତାଳଚେର : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ୪ ଦିନିଆ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ଡାଇରେକ୍ଟର କାଳନ୍ଦୀ ସାମଲ ଯୋଗ ଦେଇ ମୋଦି ସରକାର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟରତ ବୋଲି କହିଥିଲେ। ଏଥିସହ କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀଙ୍କ ଆୟକୁ କିପରି ବହୁଗୁଣିତ କରିହେବ ସେଥିପାଇଁ ଦକ୍ଷତା ବିକାଶ ମନ୍ତ୍ରାଳୟ ତରଫରୁ ଉଠା ଦୋକାନୀଙ୍କୁ ଟ୍ରେନିଂ ଦେଇ ବ୍ୟାଙ୍କରୁ ବିନା ଗ୍ୟାରେଣ୍ଟିରେ ଋଣ କରି ସଶକ୍ତ କରିବା ଉପରେ ଗୁରୁତ୍ୱରୋପ କରୁଥିବା ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ଏନଏସଡିସି, ସ୍କିଲ ଡେଭଲପମେଣ୍ଟ ବିଭାଗର ଅଧିକାରୀ ଓ ଟ୍ରେନର ଶାନ୍ତନୁ ଷଡ଼ଙ୍ଗୀ, ସ୍ୱରୂପ ମହାନ୍ତି, ମନୋଜ କୁମାର ବେହେରା, କାହ୍ନୁ ଚରଣ ଓଝା, ବାସୁଦେବ ପ୍ରଧାନ, ନିରଞ୍ଜନ, ସିପୁନ ପ୍ରଧାନ ପ୍ରମୁଖ ଯୋଗ ଦେଇ କର୍ମଶାଳା କୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ତାଳଚେର ଅଞ୍ଚଳରୁ ସର୍ବ ମୋଟ ୨୦୮ ଜଣ ଉଠା ଦୋକାନୀଙ୍କ ନାମ ପଞ୍ଜିକରଣ କରି ଟ୍ରେନିଂରେ ଭାଗ ନେଇଥିଲେ। ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏ ଅବସରରେ ମୁଖ୍ୟ ଅତିଥି ସମସ୍ତ ଉଠା ଦୋକାନୀଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ।