ଅନୁଗୁଳ : କେନ୍ଦ୍ରରେ ମୋଦି ସରକାରକୁ ୧୧ବର୍ଷ ଓ ରାଜ୍ୟରେ ମୋହନ ମାଝୀ ସରକାରକୁ ବର୍ଷେ ପୂରିଛି। ଏ ଅବସରରେ ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ। ସେ କହିଥିଲେ, ରାଜ୍ୟରେ ୨୪ ବର୍ଷର ସରକାର ଯାହା କରି ପାରିନଥିଲା ଏକ ବର୍ଷ ମଧ୍ୟରେ ଡବଲ ଇଂଜିନ ସରକାର ତାହା କରିଛି। ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗଦେଇ ବିଜେପିର ଜନକଲ୍ୟାଣକାରୀ ଯୋଜନା ବିଷୟରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରୁଦ୍ର ପାଣି, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରହଲ୍ଲାଦ ସାମଲ, ପ୍ରତ୍ୟୁଷ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ସଂଯୋଜକ ବିଜୟ ମାଝୀ, ସହ ସଂଯୋଜକ ପ୍ରକାଶ ମହାରଣା, ନମିତା ଦଳବେହେରା, ଓ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।