ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର, ୧୩୨ ୟୁନିଟ ରକ୍ତ ସଂଗୃହୀତ

By Biswaranjan Pattnaik

September 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗରରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୧୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହ ନିମନ୍ତେ ଆୟୋଜିତ ଏହି ରକ୍ତଦାନ ଶିବିର ପବିତ୍ରନଗର ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗଦେଇ ଶିବିର ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବନୋଜ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ ମଞ୍ଜରୀ ପ୍ରଧାନ, ସରପଞ୍ଚ ଦୁଃଖବନ୍ଧୁ ବେହେରା, ହୃଷିକେଶ ସାମଲ, କବିତା ପ୍ରଧାନଙ୍କ ସହ ବିଜେପି ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ, ନୃସିଂହ ବରାଳ, ତ୍ରିପୁରାରୀ ପ୍ରଧାନ, ମନୋଜ ପ୍ରଧାନ, ଚନ୍ଦନ ସ୍ବରାଜ, ଶ୍ରବଣ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।