ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି।
ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ତାଙ୍କ ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଘରେ ସ୍ତ୍ରୀ, ଝିଅ ଓ ଶାଶୁଙ୍କୁ ନେଇ ପରିବାରର ଚାରିପ୍ରାଣୀ କୁଟୁମ୍ବ । ନିଜେ ରୋଜଗାର କରିବାକୁ ଅକ୍ଷମ ହୋଇପଡ଼ିଥିବା ବେଳେ ରାସନ ସାମଗ୍ରୀ ଗଣ୍ଡାକ ଯାହା ଭରସା । କିଆକଟା ଆଞ୍ଚଳିକ ସେବା ସଂସଦର କର୍ମକର୍ତ୍ତା ପହଞ୍ଚି ୫ ହଜାର ଟଙ୍କା, ମାଧପୁର ଆରିୟନ ଫାଉଣ୍ଡେସନ ତରଫରୁ ମଧ୍ୟ ସ୍ଵଳ୍ପ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ତାଙ୍କର ଚିକିତ୍ସା ପାଇଁ ସହାୟତ ନିମନ୍ତେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଂସଦ ପକ୍ଷରୁ କୁହାଯାଇଛି।