ଘଟଣା ଓ ଦୁର୍ଘଟଣା

୫ ଲକ୍ଷର ଋଣ କରାଇ ଦେବାକୁ ନେଇଛନ୍ତି ୪୩ ହଜାର ଟଙ୍କା, ଫାଇନାନ୍ସ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ

By Angul TV Bureau

March 16, 2025

ଅନୁଗୁଳ: ଋଣ କରାଇବା ଆଳରେ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଏନେଇ ଅଭିଯୋଗ କରିଛନ୍ତି କିଶୋରନଗର ବ୍ଲକ ହଣ୍ଡପା ଥାନା ଗୁଣ୍ଡୁରୀମୁଣ୍ଡା ଗ୍ରାମର ପ୍ରଫୁଲ୍ଲ କୁମାର ନାୟକ। ତାଙ୍କ ଅଭିଯୋଗ ଆଧାରରେ  ପୋଲିସ କେସ ନମ୍ବର ୮୪/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି, ପୀତାମ୍ବର ନିଜକୁ ଜଣେ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀର ପରିଚୟ ଦେଇଥିଲେ। ୫ ଲକ୍ଷ ଟଙ୍କାର ଋଣ କରାଇଦେବେ କହି ବାଗେଡ଼ିଆ ଥାନା ପୁରୁଣାଗଡ଼ ଅଞ୍ଚଳର ପୀତାମ୍ବର ନାୟକ ତାଙ୍କ ଠାରୁ ବିଭିନ୍ନ ସମୟରେ ୪୩ ହଜାର ଟଙ୍କା ନେଇଛନ୍ତି। କିନ୍ତୁ ଋଣ କରାଇ ଦେଉନଥିଲେ। ଏ ନେଇ ପ୍ରଫୁଲ୍ଲ ବାରମ୍ବାର ପୀତାମ୍ବରଙ୍କୁ କହିଥିଲେ ମଧ୍ୟ ଶୁଣିନଥିଲେ। ଏମିତିକି ଟଙ୍କା ବି ଫେରସ୍ତ କରୁ ନଥିଲେ। ଏଣୁ ବାଧ୍ୟ ହୋଇ ପ୍ରଫୁଲ୍ଲ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।