ମୁଖ୍ୟ ଖବର

୩୦ଟି ଦେଶରେ କାୟା ମେଲାଇଲାଣି ମଙ୍କିପକ୍ସ, ଆଲର୍ଟ କଲେ ରାଜ୍ୟ ସରକାର

By Angul TV Bureau

June 02, 2022

ଭୁବନେଶ୍ୱର: କରୋନା ଆତଙ୍କ ସରିନଥିବା ବେଳେ ଏବେ ମଙ୍କିପକ୍ସକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ଦେଖିବାକୁ ମିଳିଛି। ଇତି ମଧ୍ୟରେ ୩୦ଟି ଦେଶକୁ ବ୍ୟାପିସାରିଲାଣି ମଙ୍କିପକ୍ସ। ଏବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ଆଲର୍ଟ ରହିଛନ୍ତି। ଏନେଇ ସମସ୍ତ ସିଡିଏମଓ, ବିଭିନ୍ନ ହସ୍ପିଟାଲ ନିର୍ଦ୍ଦେଶକ ଏବଂ ଡାକ୍ତରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଯେଉଁମାନେ ବାହାରୁ ଓଡିଶାକୁ ଆସୁଛନ୍ତି ସେମାନଙ୍କ ଉପରେ କଡା ନଜର ରଖାଯିବ। ଶେଷ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି। ଖାସ କରି ଆଫ୍ରିକା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଶ୍ରୀ ମିଶ୍ର।